Odisha Link
Bridging the Missing Links in Odisha

ପୁଣି ରିଲିଜ୍‌ ହେବ ଇର୍‌ଫାନ୍‌ଙ୍କ ସିନେମା

ମୁମ୍ବାଇ : ବଲିଉଡ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ସିନେମା ‘ଅଂଗ୍ରେଜୀ ମିଡିୟମ୍‌’ ଚଳିତ ବର୍ଷ ମାର୍ଚ୍ଚ ୧୩ରେ ରିଲିଜ ହୋଇ ସାରିଥିଲା। କିନ୍ତୁ ଏହି ସିନେମା ଉପରେ କରୋନାର ବଡ଼ ପ୍ରଭାବ ପଡ଼ିଛି । କରୋନା ଯୋଗୁ ସିନେମା ହଲ୍‌ ଗୁଡ଼ିକୁ ବନ୍ଦ କରିଦିଆଯାଇଛି।

ସୂଚନା ଅନୁଯାୟୀ, ସିନେମାଟି ପ୍ରଥମ ଦିନରେ ମାତ୍ର ୩.୫୦ କୋଟି ଆୟ କରିଛି। ହଲ୍‌ଗୁଡ଼ିକ ବନ୍ଦ ଥିବାରୁ ଏହାର ଆୟ ବଢ଼ିବାର କୌଣସି ସମ୍ଭାବନା ନାହିଁ। ଫଳରେ ନିର୍ମାତାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ।

ତେଣୁ ନିର୍ଦ୍ଦେଶକ ହୋମି ଅଦାଜାନିଆ ସୋଶାଲ୍‌ ମିଡିଆରେ ଘୋଷଣା କରିଛନ୍ତି ଯେ କରୋନା ଭାଆଇରସ୍‌ର ପ୍ରଭାବ ଦେଶରେ ଟିକେ କମିଗଲେ ବା ପରିସ୍ଥିତି ସୁଧୁରିଗଲେ ଏହି ସିନେମାକୁ ପୁଣିଥରେ ରିଲିଜ୍‌ କରାଯିବ।

ଏହି ସିନେମାଟି ୨୦୧୭ରେ ଆସିଥିବା ସିନେମା ‘ହିନ୍ଦୀ ମିଡିୟମ୍’ର ସିକ୍ୱେଲ୍। ଏଥିରେ ମୁଖ୍ୟ ଭୂମିକାରେ ଇର୍‌ଫାନ୍‌ ଖାନ୍‌, ରାଧିକା ମଦନ ଓ କରୀନା କପୁର ଖାନ୍‌ ଅଭିନୟ କରିଛନ୍ତି।

Comments are closed.