Odisha Link
Bridging the Missing Links in Odisha

ଗଞ୍ଜାମ ପରେ ଯାଜପୁରରେ ବି ୧୪୪ ଜାରି , ବାରୁଣୀ ସ୍ନାନ ବାତିଲ

ଯାଜପୁର: ସାର ବିଶ୍ବରେ କୋରନା ଭୟର ବାତା ବରଣ ସୃଷ୍ଟି ହୋଇଛି। କରୋନାରେ ଭାରତରେ ୧୧୪ ପହଞ୍ଚି ଥିବା ବେଳେ ଓଡ଼ିଶାରେ ଜଣେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। କରୋନାର ମୁକାବିଲା ପାଇଁ ସାର ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ରାଜର ୨ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା। ଏକାଠି ହୋଇପାରିବେ ନାହିଁ ୫ରୁ ଅଧିକ ଲୋକ। ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଗଞ୍ଜା‌ମ ଜିଲ୍ଲାରେ ମା’ ତାରାତାରାଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଦ୍ବିତୀୟ ପାଳି ପଡ଼ୁଥିବା ବେଳେ ଆଗକୁ ଦଣ୍ତଯାତ୍ରା ଏବଂ ଜିଲ୍ଲାର ବିଭିନ୍ନ ସହରରେ ଠାକୁରାଣୀ ଯାତ୍ରା ରହିଛି। ଏହିସବୁ ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ମୁଣ୍ଡନକୁ ମଧ୍ୟ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି। ବିନା ଅନୁମତିରେ କୌଣସି ଅଧିକାରୀ ଓ କର୍ମଚାରୀ ହେଡ଼୍‌କ୍ବାର୍ଟର ଛାଡ଼ିପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।
ଅନୁରୂପ ଭାବେ କରୋନା ମୁକାବିଲା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଏଥିସହ ଗୋଟିଏ ସ୍ଥାନରେ ଲୋକେ ଯେମିତି ଜମା ହୋଇ ରହିବ ନାହିଁ, ସେଥିପାଇଁ ଜିଲ୍ଲାରେ ୧୪୪ଧାରା ଲାଗୁ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ନିଜ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ରହିବେ। ସମସ୍ତ ବିକଳ୍ପ ଖୋଲା ରଖିବାକୁ ଆଜି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ବେହେରା ସତର୍କତା ମାଧ୍ୟମରେ ମରାମାରୀର ରୂପ ନେଇଥିବା କରୋନାରୁ ବର୍ତିବା ପାଇଁ ସମସ୍ତଙ୍କ ସହଯୋଗ ନିବେଦନ କରିଛନ୍ତି। ରାଜ୍ୟ ବାହାରୁ ଗାଁକୁ ଫେରୁଥିବା ଦାଦନ ଶ୍ରମିକ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜ୍ବର, କାଶ, ଛିଙ୍କ ଭଳି କିଛି ଲକ୍ଷଣ ଦେଖିଲେ କଲେ ତୁରନ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଅବଗତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥିପାଇଁ ପଞ୍ଚାୟତ ସ୍ତରରେ କଣ୍ଟ୍ରୋଲ୍ ରୁମ୍ ଏବଂ ସ୍ବତନ୍ତ୍ର କକ୍ଷ ଖୋଲିବାକୁ ଘୋଷଣା କରିଛନ୍ତି।

Comments are closed.