Odisha Link
Bridging the Missing Links in Odisha

ପ୍ରଥମଥର ପାଇଁ ରଣବୀରଙ୍କ ସହ କାମ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ବାଣୀ କପୁର ଏକ ବଡ ପ୍ରୋଜେକ୍ଟରେ ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ସହ ସ୍କ୍ରିନ୍‌ ଶେଆର୍‌ ବଲିଉଡ ଅଭିନେତା ରଣବୀର କପୁର । ସିନେମାଟିର ନାଁ ହେଉଛି ‘ସମ୍‌ସେରା’ ।

ବାଣୀ ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ କରିବାକୁ ଯାଉଛନ୍ତି । ସିନେମାଟିକୁ ଆଦିତ୍ୟ ଚୋପ୍ରା ପ୍ରଯୋଜନା ଦେବା ସହ ସିନେମାଟି ଏକ ମେଗା ଆକ୍ସନ୍‌ ହେବ ବୋଲି ସୂଚନା ଦେଇଛନ୍ତି ।

ବାଣୀ କହିଛନ୍ତି ଯେ ୨୦୧୯ ତାଙ୍କ ପାଇଁ ବହୁତ ଭଲ ଥିଲା । ଏହି ବର୍ଷ ‘ୱାର’ ବ୍ଲକ୍‌ବଷ୍ଟର ହେବା ସହ ଅନେକ ଗୁଡ଼ିଏ ରେକର୍ଡ଼ ହାସଲ୍‌ କରିଥିଲା। ଏଭଳି ଏକ ସିନେମାରେ କାମ କରିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି ।

ଏହି ସିନେମାରେ ତାଙ୍କ ରୋଲ୍‌ ଛୋଟ ଥିଲେ ମଧ୍ୟ ବେଶ୍ ପ୍ରଭାବଶାଳୀ ଥିଲା । ଏହି ରୋଲ୍‌ରୁ ତାଙ୍କୁ ଆଗକୁ ବଢ଼ି ନୂଆ ପରିଚୟ ସୃଷ୍ଟି କରିବାର ସୁଯୋଗ ଦେଇଛି ।  ତେବେ ବାଣୀ ତାଙ୍କ ନୂତନ ସିନେମାକୁ ନେଇ ଅନେକ ଉତ୍ସାହିତ ଥିବା ସହ ତାଙ୍କ ଚରିତ୍ରକୁ ମଧ୍ୟ ବହୁତ ପସନ୍ଦ କରିଛିନ୍ତି । ଏଥିରା ତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ ।  ସିନେମାଟିର ନିର୍ଦ୍ଦେଶନା ଭାର ନେଇଛନ୍ତି କରଣ ମଲହୋତ୍ରା ଓ ଏହା ଚଳିତ ବର୍ଷ ଜୁଲାଇ ୩୧ରେ ସିନେପରଦାକି ଆସିବ ।

Comments are closed.