Odisha Link
Bridging the Missing Links in Odisha

କରୋନା: ହାଟ ସକାଳ ୬ରୁ ସଂଧ୍ୟା ୬

ଭୁବନେଶ୍ବର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଏହାରି ଭିତରେ ଭୁବନେଶ୍ୱର ଅଞ୍ଚଳରେ ଚାଲୁଥିବା ସମସ୍ତ ହାଟ ପାଇଁ କଟକଣା ଜାରି କରାଯାଇଛି। ସକାଳ ୬ଟାରୁ ହାଟ ଖୋଲାଯାଇ ସନ୍ଧ୍ୟା ୬ଟାରେ ବନ୍ଦ ହେବ। ୟୁନିଟ ୧ହାଟ, ୟୁନିଟ ୨ ମାର୍କେଟ, ସହିଦନଗର ମାର୍କେଟ, ରୁଚିକା ଡେଲି ମାର୍କେଟ, ଓଲଡ ଡେଲି ମାର୍କେଟ ଉପରେ କଟକଣା ଜାରି କରାଯାଇଛି। ଇନ୍ଦ୍ରଧନୁ ଡେଲି ମାର୍କେଟ ଓ ଡମଣା ହାଟ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୩୧ ଯାଏଁ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ହାଟ ଚାଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅନ୍ୟ ହାଟଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିଦେ୍ର୍ଧଶ ଦିଆଯାଇଛି। ଆବଶ୍ୟକ ହେଲେ ଅନ୍ୟ ହାଟଗୁଡ଼ିକରେ ବି କଟକଣା ଲଗାଯିବ।
ସେପଟେ, ଭୁବନେଶ୍ୱରରେ ନିୟମ ମାନୁନଥିବା ଶିକ୍ଷାନୁଷ୍ଠାନ ଉପରେ କରାଯାଇଛି ଚଢାଉ । ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ୪ଟି ସ୍କ୍ୱାର୍ଡ ଚଢାଉ କରାଯାଉଛି । ୩୧ଯାଏଁ ଛୁଟି ଘୋଷଣା ପରେ ବି ଖୋଲି ରହିଥିବା ସ୍କୁଲ ଓ କୋଚିଂ ସେଂଟରରେ ରେଡ କରାଯାଇଛି । ତେବେ କରୋନା ପାଇଁ ରାଜ୍ୟସରକାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଭୁବନେଶ୍ୱରରେ ବିିଭିନ୍ନ ସରକାରୀ, ବେସରକାରୀ ସ୍କୁଲ ଓ କୋଚିଂ ସେଂଟର ଖୋଲା ରହିଥିବାରୁ ଏହି ଚଢାଉ କରାଯାଇଛି ।

Comments are closed.