Odisha Link
Bridging the Missing Links in Odisha

ସାହିଦ ଏବଂ ମୀରାଙ୍କ ପାଇଁ ସିଲ୍‌ ହେଲା ଜିମ୍‌ ସେଣ୍ଟର

ମୁମ୍ବାଇ : କରୋନା ଭୂତାଣୁ କାରଣରୁ ସରକାର ସିନେମା ହଲ, ସ୍କୁଲ , କଲେଜ, ଜିମ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଲିଉଡ ଅଭିନେତା ସାହିଦ କପୁର ଏବଂ ପତ୍ନୀ ମୀରା ରାଜପୁତଙ୍କ ସହ ଜିମ୍‌ ବାହାରେ ଦେଖିବାକୁ ମିଳିଥିଲା ।  ଆଣ୍ଟି ଗ୍ରୋଭିଟି କ୍ଲବର ଜିମ୍‌ ବାହାରେ ଦେଖିବାକୁ ମିଳିଛି ଏହି ସେଲିବ୍ରେଟିଙ୍କୁ । ଯେଉଁଠାରେ ସେମାନେ ଦୁଇ ଘଣ୍ଟା ବିତାଇଛନ୍ତି। ଏହି ଘଟଣା ଉପରେ ବିଏମସି ପ୍ରତିକ୍ରିୟା ନେଇଛି ।

ସୂଚନା ମୁତାବକ ଆଣ୍ଟି ଗ୍ରୋଭିଟି କ୍ଲବର ଜିମ୍‌ ପୁରା ଦିନ ବନ୍ଦ ଥିଲା। କିନ୍ତୁ ସନ୍ଧ୍ୟା ୫.୩୦ରେ ଏହି ଜିମ୍‌ ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତଙ୍କ ପାଇଁ ଖୋଲାଯାଇଥିଲା। ଯାହା ଭିତରେ ସେମାନେ ଦୁଇ ଘଣ୍ଟା ଓ୍ଵାର୍କଆଉଟ୍‌ କରିଥିଲେ।

କିନ୍ତୁ ଯେତେବେଳେ ସାହିଦ ଏବଂ ମୀରାଙ୍କୁ ବାହାରେ ମିଡିଆ ଥିବା ଜାଣିପାରିଥିଲେ ସେତେବେଳେ ଦୁଇଜଣ ପଛପଟ କବାଟ ପଟେ ବାହାରି ଯାଇଥିଲେ । ଏହି ଘଟଣାରେ ଜିମ୍‌ ମାଲିକ କହିଛନ୍ତି ସାହିଦ ମୋର ଅତି ଘନିଷ୍ଠ ବନ୍ଧୁ ଏବଂ ସେ ଏଠିକି ଓ୍ଵାର୍କଆଉଟ୍‌ କରିବାକୁ ଆସିନଥିଲେ ବରଂ ମୋ ସହ ସାକ୍ଷାତ କରିବାକୁ ଆସିଥିଲେ ।

ସୂଚନା ଅନୁଯାୟୀ ବିଏମସି ପକ୍ଷରୁ ଆଣ୍ଟି ଗେ୍‌ାଭିଟି କ୍ଲବର ଜିମ୍‌ ସିଲ୍‌ କରାଯିବା ସହ ମାଲିକକୁ ନୋଟିସ ପଠାଯାଇଛି ।

Comments are closed.