Odisha Link
Bridging the Missing Links in Odisha

ହାତ ଧୋଇବାବେଳେ ପାଣି ନଳ ବନ୍ଦ କରିବାକୁ ଭୁଲି ଗଲେ ଏହି ସୁନ୍ଦରୀ ସାଂସଦ

ମୁମ୍ବାଇ:  କରୋନା ନିଜର କାୟା ବିସ୍ତା କରିବାରେ ଲାଗିଛି । ସୋସିଆଲ ମିଡିଆରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସେଫ୍‌ ହ୍ୟାଣ୍ଡସ୍‌ ଚ୍ୟାଲେଞ୍ଜ ଚାଲୁଛି । ତେବେ ଟିଏମସି ସାଂସଦ ଏବଂ ଅଭିନେତ୍ରୀ ନୁସରତ ଜହାଁ ନିଜର ଇନଷ୍ଟାଗ୍ରାମ ପେଜରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯାହା ଦ୍ବାରା ତାଙ୍କୁ ଟ୍ରୋଲ ହେବାକୁ ପଡ଼ୁଛି ।

ସେ ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ‘ଚାଲନ୍ତୁ ଆମେ ସମସ୍ତେ ମିଣି ଏକତ୍ରିତ ହେବା ଏବଂ କୋଭିଡ-୧୯କୁ ରୋକିବା ପାଇଁ ପ୍ରତି ଘଣ୍ଟାକୁ ଥରେ ହାତ ଧୋଇବା ଉଚିତ। ମନେ ରଖନ୍ତୁ ପାଣି ବର୍ବାଦ କରନ୍ତୁନାହିଁ। ଆଲର୍ଟ ରୁହନ୍ତୁ ।’

https://www.instagram.com/p/B94X4tFnFBt/

ଭିଡିଓରେ ଦେଖିବାକୁ ମିଳୁଛି ନୁସରତ୍‌ ଜହାଁ ନଳ ଖୋଲି ସାବୁନରେ ହାତ ସଫା କରୁଛନ୍ତି। ଏହି ସମୟରେ ଟ୍ୟାପକୁ ବନ୍ଦ କରିବାକୁ ସେ ଭୁଲି ଯାଇଛନ୍ତି। ଲୋକମାନେ ତାଙ୍କର ଏହି ଭୁଲ ପାଇଁ ତାଙ୍କୁ ଟ୍ରୋଲ କରାଯାଇଛି। ଲୋକମାନେ କହିଛନ୍ତି ମ୍ୟାଡମ୍‌ ପାଣି ବନ୍ଦ କରିବାକୁ ଭୁଲି ଯାଇଛ। ଆଉ ଏହି ଭିଡିଓ ହଟାଇ ଆଉ ଗୋଟେ ଭିଡିଓ ପୋଷ୍ଟ କରନ୍ତୁ।

Comments are closed.