Odisha Link
Bridging the Missing Links in Odisha

ଶହୀଦ ରଘୁ ସର୍ଦ୍ଦାର ସିନେମାରେ ନଜର ଆସିବେ ଏହି ଅଭିନେତା

ଭୁବନେଶ୍ବର : ଓଡ଼ିଆ ସିନେମାରେ ହେବାକୁ ଯାଉଛି ଅଉ ଏକ ବାୟୋପିକ । ଆମ ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ଶହୀଦ ରଘୁ ସର୍ଦ୍ଦାରଙ୍କ ଉପରେ ପ୍ରସ୍ତୁତ ହେବ ଏହି ସିନେମା । ଶହୀଦ ରଘୁ ସର୍ଦ୍ଦାରଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ଦେଖିବାକୁ ମିଳିବ ।

ଏହାକୁ ପ୍ରଯୋଜନା ଡା. ବିଶ୍ୱନାଥ ପଟ୍ଟନାୟକ ଦେବା ସହ ସିନେମା ରଟାଇଟଲ ରହିଛି ‘ଶହୀଦ ରଘୁ ସର୍ଦ୍ଦାର । ସିନେମାଟିକୁ ନିର୍ଦ୍ଦେଶକ ଦେଇଛନ୍ତି ରାଜୀବ ମହାନ୍ତି । ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଏବଂ ରଞ୍ଜନ ଦାଶଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବିକାଶ ଶୁକ୍ଳା । ସିନେମାର ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦେବାଶିଷ ପାତ୍ର ।

ଏହି ସିନେମା କୁ ନେଇ ଦେବାଶିଷ କହିଛନ୍ତି , ‘ଏହି ଭୂମିକା ଆକ୍ଟିଂ କ୍ୟାରିୟରରେ ମୋ ପାଇଁ ଏକ ଚ୍ୟାଲେଞ୍ଜ୍‌ ପରି ଥିଲା । ମୋତେ ଦିଆଯାଇଥିବା ଦାୟିତ୍ୱ ମୁଁ ତୁଲାଇଛି, ବାକିସବୁ ଦର୍ଶକଙ୍କ ଉପରେ ନିର୍ଭର କରେ ।

ଏହି ସିନେମାରେ ତାଙ୍କ ସହ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି କାବ୍ୟା। ଏମାନଙ୍କ ବ୍ୟତୀତ ଜିନା, ଟ୍ବିଙ୍କିଲ୍‌, ରୁଦ୍ର, ସନ୍ତୋଷ, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ସୁଧାକର ବସନ୍ତ ଏବଂ ରାଜୀବ ମହାନ୍ତି ଅଭିନୟ କରିଛନ୍ତି। ତାହା ରିଲିଜ୍‌ ପରେ ହିଁ ଜଣାପଡ଼ିବ।

Comments are closed.