Odisha Link
Bridging the Missing Links in Odisha

କରୋନା ଭାଇରସ୍: ଭାରତରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଅମୃତସର: କରୋନା ଭାଇରସ ଆସ୍ତେ ଆସ୍ତେ ଭାରତରେ କାୟା ବିସ୍ତାର କରୁଛି। ଏହାରି ମଧ୍ୟରେ ଆଉ ଜଣକ ପ୍ରାଣ ନେଇଛି କରୋନା ଭାଇରସ୍। ପଞ୍ଜାବର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ୍‌ ଆକ୍ରାନ୍ତରୁ ତାଙ୍କର ମ୍ୟତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ମୁମ୍ବାଇ, କର୍ଣ୍ଣାଟକା ଓ ଦିଲ୍ଲୀରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି।

ଦୁଇ ସପ୍ତାହ ତଳେ ଜର୍ମାନୀରୁ ଇଟାଲୀ ଦେଇ ଭାରତର ପଞ୍ଜାବ ଫେରିଥିବା ଜଣେ ୭୨ ବର୍ଷୀୟ ବ୍ୟକ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରାଣ ହରାଇଛନ୍ତି। ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିଲା କି ନାହିଁ, ତା’ର ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚର ନିର୍ଦ୍ଦେଶକ ଜଗତା ରାମ କହିଛନ୍ତି, “ବୁଧବାର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

Comments are closed.