Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ରାଜନୀତି: ଶୁକ୍ରବାର ହେବ ଆସ୍ଥା ଭୋଟ, ଅଡ଼ୁଆରେ କମଲ ସରକାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ। ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ଗୁରୁବାର ସୁପ୍ରିମକୋର୍ଟରେ କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବା ମାମଲାରେ ଶୁଣାଣି ହୋଇଥିଲା। କୋର୍ଟ କହିଛନ୍ତି ଯେ, ମଧ୍ୟପ୍ରଦେଶ ବିଧାନସଭାରେ ଶୁକ୍ରବାର ଦିନ ହିଁ ଆସ୍ଥା ଭୋଟ ହେବ। ଏବଂ ଆସ୍ଥା ଭୋଟ ସନ୍ଧ୍ୟା ୫ଟା ପୂର୍ବରୁ ଶେଷ କରିବାକୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଇସ୍ତଫା ଦେଇଥିବା କଂଗ୍ରେସର ୧୬ ବିଦ୍ରୋହୀ ବିଧାୟକ ଆସ୍ଥା ଭୋଟରେ ଅଂଶ ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଯଦି ଏହି ବିଧାୟକମାନେ ଆସ୍ଥା ଭୋଟରେ ଭାଗ ନେବେ, ତେବେ ବିଦ୍ରୋହୀ ବିଧାୟକଙ୍କୁ ସମସ୍ତ ପ୍ରକାର ସୁରକ୍ଷା କର୍ଣ୍ଣାଟକ ଡିଜିପି ଯୋଗାଇଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଗୃହରେ ହାତ ଉଠାଇ ଭୋଟିଂ କରାଯିବ। ଆସ୍ଥା ଭୋଟ୍ ବେଳର ଭିଡିଓ ରେକର୍ଡିଂ ସାଙ୍ଗକୁ ଟିଭିରେ ସିଧା ପ୍ରସାରଣ ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ସମୟରେ ଆଇନ ଓ ଶୃଙ୍ଖଳା ଠିକ୍ ରଖିବାକୁ କୁହାଯାଇଛି। ଏହାପୂର୍ବରୁ କଂଗ୍ରେସ ପକ୍ଷରୁ ଓକିଲ କପିଲ ସିବଲ ଓ ଅଭିଷକ ମନୁ ସିଘଂଭୀ ଆସ୍ଥା ଭୋଟ ନକରିବାକୁ ଦାବି କରିଥିଲେ।

ସୂଚନାଥାଉକି, ବିଜେପି ନେତା ତଥା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କୋର୍ଟରେ ଅତିଶୀଘ୍ର କମଲନାଥ ଆସ୍ଥା ଭୋଟର ସାମ୍ନା କରିବା ପାଇଁ ଆବେଦନ କରିଥିଲେ। ଯାହାର ଆଜି ଶୁଣାଣି ହୋଇଥିଲା।

Comments are closed.