Odisha Link
Bridging the Missing Links in Odisha

ବୃକ୍ଷ ରୋପଣ କରି ସବୁଜ ବାର୍ତ୍ତା ଦେଲେ ନବ ଦମ୍ପତି

ହାଟଡିହୀ: ବୃକ୍ଷ ହିଁ ଜୀବନ ଜୀବନ ହିଁ ବୃକ୍ଷ ଏକଥା କୁ ଭଲଭାବେ ବୁଝିଛନ୍ତି ସମଣା ଗ୍ରାମର ନବ ଦମ୍ପତ୍ତି ରଞ୍ଜନ କୁମାର ପଣ୍ଡା ଓ ଜୟନ୍ତୀ ମହାପାତ୍ର । ବିବାହ ର ପ୍ରୀତିଭୋଜନ ପୂର୍ବରୁ ସମସ୍ତ ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ସମଣା ନଈକୂଳ ବନ୍ଧରେ ୨୦ ରୁ ଉର୍ଦ୍ଧ୍ୱ ଆମ୍ବ ଗଛ ଲଗାଇଛନ୍ତି ।ପୂର୍ବରୁ ସମଣା ଘାଟଟି ଆମ୍ବ ତୋଟାରେ ପରିପୂର୍ଣ୍ଣ ଥିଲା ବିଭିନ୍ନ ବନ୍ୟା ବାତ୍ୟା ମାଡ ଖାଇ କ୍ରମଶଃ ଶ୍ରୀହୀନ ହେବାକୁ ବସିଲାଣି ।ପୁଣି ସୌନ୍ଦର୍ଯ୍ୟ ଫେରାଇଆଣିବାକୁ ଚେଷ୍ଟା କରିଛନ୍ତି ନବ ଦମ୍ପତ୍ତି ।ତାଙ୍କର ଏଭଳି ପ୍ରୟାସ କୁ ଗ୍ରାମବାସୀମାନେ ବେଶ୍ ପ୍ରଶଂସା କରୁଛନ୍ତି।

ସୂଚନା ଯୋଗ୍ୟ ମାର୍ଚ୍ଚ ୧୨ରେ କଳିଗାଁ ନିବାସୀ ବାବାଜୀ ଚରଣ ମହାପାତ୍ର ଙ୍କ କନିଷ୍ଠା କନ୍ୟା ଜୟନ୍ତୀ ମହାପାତ୍ରଙ୍କ ସହ ତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ଶ୍ରୀଯୁକ୍ତ ପଣ୍ଡା ଏକାଧାରରେ ଜଣେ ଶିକ୍ଷକ, ପ୍ରକୃତିପ୍ରେମୀ, ଚିତ୍ରଶିଳ୍ପୀ ସହ ମୁର୍ତ୍ତି କାରିଗର ଅଧୁନା ସରକାରୀ ଉଚ୍ଚ ବିଦ୍ୟାଳୟ ମରୈଗାଁ ରେ କଳା ଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି ।ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ।

Comments are closed.