Odisha Link
Bridging the Missing Links in Odisha

କରୋନା: କେନ୍ଦ୍ର ସରକାରଙ୍କ ନୂଆ ନିୟମ, ଘରେ ରହି କାମ କରିବେ ୫୦% କର୍ମଚାରୀ

ନୂଆଦିଲ୍ଲୀ : କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ବି ଓ ସି ଶ୍ରେଣୀର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି ଅଫିସ କାମ କରିବାକୁ ଆଦେଶ ଦେଇଛନ୍ତି। ବାକି ୫୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ କେନ୍ଦ୍ରୀୟ କାର୍ମିକ, ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଆଦେଶ ଅନୁଯାୟୀ, ସମସ୍ତ କର୍ମଚାରୀ ନିଜର ପାଳି ଅନୁସାରେ ଘରୁ ଏବଂ ଦପ୍ତରରେ କାମ କରିବେ। କର୍ମଚାରୀଙ୍କ ପାଇଁ ଏହି ଆଦେଶ ଏପ୍ରିଲ ୪ ପର୍ଯ୍ୟନ୍ତ ଲାଗୁ ହେବ। ଅନ୍ୟପଟେ ଯେଉଁ କର୍ମଚାରୀ କରୋନା ଭୂତାଣୁ ସମ୍ବନ୍ଧିତ କାର୍ଯ୍ୟରେ ନିୟୋଜିତ ଥିବେ ସେମାନଙ୍କ ଉପରେ ଏହି ରୋଷ୍ଟର ଲାଗୁ ହେବ ନାହିଁ।

କରୋନାର ପ୍ରକୋପ ନେଇ ଭାରତ ପାଇଁ ଆଶ୍ଵସ୍ତିଭରା ଖବର। ସାଧାରଣ ଲୋକଙ୍କ ଅଚାନକ ନିଆଯାଇଥିବା ୮୨୬ ନମୂନା ନେଗେଟିଭ୍ ଆସିଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)କହିଛି ଯେ, ଅଚାନକ ନିଆଯାଇଥିବା ୮୨୬ ନମୂନାର ପରୀକ୍ଷଣ କରାଯାଇଛି, ସେଥିରୁ ଗୋଟିଏ ହେଲେ ନମୂନା ପୋଜିଟିଭ ମିଳିନାହିଁ। ସମସ୍ତ ନମୂନା ନେଗେଟିଭ୍ ଆସିଛି ଯାହା ଭାରତ ପାଇଁ ବହୁତ ବଡ ଆଶ୍ଵସ୍ତିକର ବିଷୟ।

ଉଲ୍ଲେଖଯୋଗ୍ୟ, ଅଦ୍ୟାବଧି ଭାରତରେ ୧୬୮ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସମଗ୍ର ଦୁନିଆରେ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

Comments are closed.