Odisha Link
Bridging the Missing Links in Odisha

ଟାଇଗର ,ସଲମାନଙ୍କ ବ୍ରେସ୍‌ଲେଟ୍‌କୁ ପ୍ରଶଂସା କରି କହିଲେ..

ମୁମ୍ବାଇ : ବଲିଉଡରେ ସଲମାନ ଖାନଙ୍କୁ କିଏବା ନଜାଣନ୍ତି । ତାଙ୍କର ଷ୍ଟାଇଲ ହେଉକି ଅଭିନୟ ଦର୍ଶକ ଖୁବ ପସନ୍ଦ କରିଥାନ୍ତି । ସଲୁଙ୍କ ବ୍ରେସଲେଟ୍ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ନିକଟରେ ଏକ ସାକ୍ଷାତ୍‌କାରରେ ଟାଇଗର୍‌ ଶ୍ରଫ୍‌ ସଲୁଙ୍କ ବ୍ରେସଲେଟକୁ ବହୁତ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ,ସଲମାନ୍‌ଙ୍କ ବ୍ରେସ୍‌ଲେଟ୍‌ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ।  ଟାଇଗର କେବେ ସଲମାନ୍‌ଙ୍କ ସହ ସିନେମାରେ ଏକତ୍ର କାମ କରି ନାହାନ୍ତି। ହେଲେ ତାଙ୍କ ଅଭିନୟ ପ୍ରତି ସେ ଖୁବ୍‌ ପ୍ରଭାବିତ ହୋଇଥିବା କହିଛନ୍ତି । ଆହୁରି ମଧ୍ୟ ସେ କୁହନ୍ତି, ସଲମାନ୍‌ଙ୍କ ସିନେମା ଦେଖି ମୁଁ ବଡ଼ ହୋଇଛି ।

ଟାଇଗରଙ୍କ ବାପା ଜ୍ୟାକି ଶ୍ରଫ୍‌ ଏବଂ ସଲମାନ୍‌ ହେଉଛନ୍ତି ଭଲ ବନ୍ଧୁ। ସଲମାନ୍‌ଙ୍କ ଆଗାମୀ ସିନେମା ‘ରାଧେ’ରେ ଜ୍ୟାକିଙ୍କୁ ଦେଖିବାକୁ ମିଳିବ। ଏଥିସହ ଟାଇଗରଙ୍କ ପ୍ରେମିକା ଦିଶା ପଟାନୀ ସିନେମାର ପ୍ରମୁଖ ନାୟିକା ଚରିତ୍ରରେ ରହିଛନ୍ତି ।

Comments are closed.