Odisha Link
Bridging the Missing Links in Odisha

କରୋନା: ମୁମ୍ବାଇ, ପୁନେ, ନାଗପୁର ଲକ୍‌ ଡାଉନ୍

ମୁମ୍ବାଇ: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାର୍ଚ୍ଚ ୩୧ ଯାଏଁ ମୁମ୍ବାଇ, ପୁନେ, ନାଗପୁର ମହନଗରକୁ ଲକ୍‌ ଡାଉନ୍‌ କରିଛନ୍ତି। ଲକ୍‌ ଡାଉନ୍‌ ଫଳରେ କେବଳ ଜରୁରୀ ସେବା ବ୍ୟତୀତ ସମସ୍ତ ପ୍ରତିଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମାତ୍ର ଲକ୍‌ ଡାଉନ୍‌ ସମୟରେ ବ୍ୟାଙ୍କ୍ ଖୋଲା ରହିବ ବୋଲି ଉଦ୍ଧବ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୨୦୬ଜଣ ଆକ୍ରାନ୍ତ ଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ସୁସ୍ଥ ହୋଇ ଡିସ୍‌ ଚାର୍ଜ ହୋଇଛନ୍ତି। ଗତକାଲି ପଞ୍ଜାବର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ମୁମ୍ବାଇ, କର୍ଣ୍ଣାଟକା ଓ ଦିଲ୍ଲୀରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି।

Comments are closed.