Odisha Link
Bridging the Missing Links in Odisha

ନିର୍ଭୟା ଦୋଷୀଙ୍କୁ ପାରିଶ୍ରମିକ ବାବଦକୁ ମିଳିଥିଲା ଏତିକି ଟଙ୍କା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଶେଷରେ ଫାଶୀ ଦିଆଯାଇଛି। ଏହି ୪ ଜଣ ଦୋଷୀ ଆଜି ସକାଳ ସାଢେ ୫ଟାରେ ଫାଶିଖୁଣ୍ଟରେ ଝୁଲିଛନ୍ତି। ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର ଦୀର୍ଘ ବର୍ଷ ଧରି ଜେଲରେ ରହି ଆସିଥିଲେ। ଏହି ସମୟରେ ଜେଲରେ କାମ କରି ସେମାନେ ୧ ଲକ୍ଷ ୩୭ ହଜାର ଟଙ୍କା ରୋଜଗାର କରିଛନ୍ତି।

ଦୋଷୀଙ୍କ ପାରିଶ୍ରମିକ ଅର୍ଥ ବାବଦରେ ତିହାର ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ମୁକେଶ କୌଣସି କାମ କରି ନ ଥିଲା। ଅକ୍ଷୟ ୬୯ ହଜାର, ପବନ ୨୯ ହଜାର ଏବଂ ବିନୟ ୩୯ ହଜାର ଟଙ୍କା ରୋଜଗାର କରିଥିଲା। ଏହି ଟଙ୍କା ସେମାନଙ୍କ ପରିବାରକୁ ଦିଆଯିବ। ଏହା ସହିତ ୪ ଦୋଷୀଙ୍କ ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯିବ।

ସୂଚନାଯୋଗ୍ୟ, ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍‌ର ଫାଶୀ ଦିଆଯାଇଛି। ଏହା ପୂର୍ବରୁ ଅନେକ ଥର ସେମାନଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ହୋଇଥିଲେ ହେଁ ସେମାନେ ଏହାକୁ କୌଣସି ନା କୌଣସି ବାହନା ଦେଖାଇ ଟାଳି ଆସୁଥିଲେ। ଶେଷରେ ଆଜି ଫାଶିଖୁଣ୍ଟରେ ଝୁଲିଲେ।ଫାଶି ପରେ ନିର୍ଭୟାଙ୍କ ମା’ ଓ ବାପା ମଧ୍ୟ ଖୁସି ପ୍ରକଟ କରିଛନ୍ତି। ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଲା ଏବଂ ଆମ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି।

Comments are closed.