Odisha Link
Bridging the Missing Links in Odisha

ଭାରତ ଫେରିଲେ ଇଟାଲୀରେ ଫସିଥିବା ୨୬୩ ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଳ୍ଲୀ: କରୋନା ଭୂତାଣୁ ସଙ୍କଟ ମଧ୍ୟରେ ଇଟାଲୀରେ ଫସି ରହିଥିବା ୨୬୩ ଜଣ ଭାରତୀୟ ଛାତ୍ରଛାତ୍ରୀ ଆଜି ଦିଲ୍ଲୀରେ ପହଁଞ୍ଚିଛନ୍ତି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ୨୬୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଦିଳ୍ଲୀରେ ପହଁଞ୍ଚିଛନ୍ତି। ଆଜି ସକାଳ ୯ଟା ୧୫ ମିନିଟରେ ଦିଲ୍ଲୀରେ ପହଁଞ୍ଚିଛନ୍ତି ଇଟାଲୀରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ।

ଇଟାଲୀରେ ଦିନକୁ ଦିନ କରୋନା ଭାଇରସର କାୟା ବିସ୍ତାର ହେଉଛି। ଏଭଳିିକି ଗୋଟିଏ ଦିନରେ ହିଁ ଇଟାଲୀରେ କରୋନା ଭାଇରସ ପାଇଁ ୭୯୩ ଲୋକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ କରୋନା ଭାଇରସରେ ୧୩ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପ୍ରାଣ ଗଲାଣଣି।