Odisha Link
Bridging the Missing Links in Odisha

ଜନତା କର୍ଫ୍ୟୁ: ନୟାଗଡ଼ ଶୂନଶାନ

ନୟାଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ଜନତାଙ୍କୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ମଧ୍ୟ ଏହି କର୍ଫ୍ୟୁ ପାଳନ କରୁଛି। ଅନୁରୂପ ଭାବେ ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ଆଜି ଠାରୁ ଆରମ୍ଭ ହୋଇଛି ଲକ୍‌ଡାଉନ୍। ଆସନ୍ତ ମାର୍ଚ୍ଚ ୨୯ ତାରିଖ ଯାଏଁ ଜିଲ୍ଲା ଓ ସହରଗୁଡ଼ିକ ବନ୍ଦ ରହିବା ସହ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ବାନକୁ ପାଳନ କରିଛନ୍ତି ନୟାଗଡ଼ ଜିଲ୍ଲା ବାସୀ। ଆଜି ସକାଳୁ ସହରର ସମସ୍ତ ଦୋକାନ ବନ୍ଦ ରହିଛି। ବସ୍‌ ସେବା ଓ ଓଟୋ ସେବା ମଧ୍ୟ ବନ୍ଦ ରହିଛି। ଏହି ସମୟରେ ନୟାଗଡ଼ ରାସ୍ତା ଜନଶୂନ୍ୟ ଦେଖିବାକୁ ମିଳିଛି।

Comments are closed.