ତାଳି ଓ ଥାଳି ବାଡ଼େଇ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମର୍ଥନ ଜଣାଇ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାସଭବନ ଛାତ ଉପରେ ଠିଆ ହୋଇ କୃତଜ୍ଞତା ଜଣାଇଛନ୍ତି।
ତାଳି ବଜାଇବା ସହ ଥାଳି ବାଡ଼େଇ କରୋନା ଲଢ଼େିରେ ସାମିଲ ସମସ୍ତ ଜରୁରୀସେବା ପ୍ରଦାନକାରୀଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।