Odisha Link
Bridging the Missing Links in Odisha

ଲକଡାଉନ: ସେୟାର ବଜାରରେ ବୃଦ୍ଧି, ନିବେଶକଙ୍କୁ ୪.୨୩ ଲକ୍ଷ କୋଟି ଲାଭ

ମୁମ୍ବାଇ: ଆଜିଠୁ ସାରା ଦେଶ ଲକଡାଉନ। ହେଲେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି।

ଅପରାହ୍ନ ୨ଟା ୩୦ ସୁଦ୍ଧା ସେନସେକ୍ସ ଓ ନିଫଟି ବୃଦ୍ଧି ପାଇବାରେ ଲାଗିଛି। ସେନସେକ୍ସରେ ୧୯୦୧ ଅଙ୍କ ବା ୭.୧୩ ପ୍ରତିଶତ ବୃଦ୍ଧି ପାଇ ୨୮୫୭୫.୨୮ରେ ପହଁଞ୍ଚିଛି। ସେହିପରି ନିଫଟି ୫୧୨.୩୫ ଅଙ୍କ ବୃଦ୍ଧି ପାଇ ୮୩୧୩.୪୦ରେ ପହଁଞ୍ଚିଛି। ଏପର୍ଯ୍ୟନ୍ତ ନିବେଶକଙ୍କୁ ୪.୨୩ ଲକ୍ଷ କୋଟିର ଲାଭ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ସେୟାର ବଜାରରେ ଲୋୟର ସର୍କିଟ ଦେଖିବାକୁ ମିଳିଥିଲା। ଫଳରେ କାରବାରକୁ ୪୫ ମିନିଟ ଯାଏଁ ବନ୍ଦ ରଖିବାକୁ ପଡିଥିଲା।

Comments are closed.