Odisha Link
Bridging the Missing Links in Odisha

କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୯, ଇରାନରୁ ଆସିଲେ ୨୭୫ ଭାରତୀୟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର କାୟା ଦିନକୁ ଦିନ ଭାରତରେ ଦେଖିବାକୁ ମିିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ୮୫ ଜଣ ରୋଗୀ ଠିକ୍‌ ହୋଇସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଦେଶର ମହାରାଷ୍ଟ୍ର ରାଜ୍ୟ ଅଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୮୬ରେ ପହଁଞ୍ଚିଛି। ଅପରପକ୍ଷେ, ଆଜି ଇରାନରୁ ୨୭୫ ଭାରତୀୟ ଭାରତ ଫେରି ଆସି ଜୋଧପୁରରେ ପହଁଞ୍ଚିଛନ୍ତି। ସମସ୍ତଙ୍କୁ ଭାରତୀୟ ସେନା ଓ୍ବେଲନେସ୍‌ ସେଣ୍ଟରରେ ରଖାଯିବ।

Comments are closed.