Odisha Link
Bridging the Missing Links in Odisha

ଦଳୀୟ ନେତାଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଓଡ଼ିଶାର ଭାଇ ଓ ଭଉଣୀମାନେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଏବଂ ସେମାନଙ୍କର ରହିବା, ଖାଇବା, କରୋନା ସତର୍କତା ଓ ସୁରକ୍ଷା ନେଇ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ଜରୁରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ବିଶେଷ ଭାବରେ ଶ୍ରମିକ ମାନଙ୍କର ତାଲିକା ଓ ଫୋନ ନମ୍ବର ପ୍ରସ୍ତୁତ କରି ସେମାନଙ୍କ ସହ ଯୋଗାଯୋଗ ରଖାଯାଉଛି। ବିଭାଗୀୟ ମନ୍ତ୍ରଣାଳୟର ଅଫିସ ଓ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଫିସରୁ ସମ୍ପୃକ୍ତ ରାଜ୍ୟ ପ୍ରଶାସନ ବିଶେଷ ଭାବରେ କଲେକ୍ଟର ମାନଙ୍କ ସହ ଯୋଗାଯୋଗ କରାଯାଉଛି। ସମସ୍ତେ ଯେପରି କରୋନା ସୁରକ୍ଷା ମାନିପାରିବେ ତଥା ଖାଦ୍ୟ ଓ ଅନ୍ୟାନ୍ୟ ଆନୁଷାଙ୍ଗିକ ସୁବିଧା ଯୋଗାଇ ଦିଆଯିବ ସେଥିପାଇଁ ଆମେ ଯତ୍ନବାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.