କରୋନା ଦରମାକାଟ୍: ବାବୁ ପାଇବେ ୫୦% , ନେତା ୩୦%

ଭୁବନେଶ୍ବର: ରାଜ୍ୟରେ କରୋନା ମୁକାବିଲା ପାଇଁ ଅର୍ଥର ଘୋର ଆବଶ୍ୟକତା ଥିବା ବେଳେ ଲକ୍ଡାଉନ୍ କାରଣୁରୁ ରାଜ୍ୟ ଅର୍ଥନୀତି ମଧ୍ୟ ବେଶ୍ ପ୍ରଭାବାିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କାର୍ଯ୍ୟରତ ଭାରତୀୟ ସେବା ଅଧିକାରୀ ଓ ବିଭିନ୍ନ ପଦରେ ଥିବା ନିର୍ବାଚିତ/ନିଯୁକ୍ତ ନେତାଙ୍କର ଦରମା ସାମୟିକ ଭାବେ କମ କରିବେ ସରକାର।
ନିଷ୍ପତ୍ତି ଅନୁସାରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଭାରତୀୟ ପ୍ରାଶାସନିକ ସେବା (), ଭାରତୀୟ ପୁଲିସ ସେବା () ଓ ଭାରତୀୟ ଜଙ୍ଗଲ ସେବା () ଅଧିକାରୀଙ୍କର ଦରମା ୫୦ ପ୍ରତିଶତ କାଟ କରାଯାଇଛି। ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ବିଭିନ୍ନ ଆଞ୍ଚଳିକ ନିର୍ବାଚିତ ପ୍ରତିନିଧିଙ୍କୁ ମାତ୍ର ୩୦% ଦରମା ମିଳିବ।
ତେବେ ତାଙ୍କର ଦରମାର ବାକି ଅଂଶ ପରେ ସେମାନେ ଏକାକଳୀନ ପାଇବେ।