Odisha Link
Bridging the Missing Links in Odisha

ଉତ୍କଳ ଦିବସ: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଆଜି ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଲା। ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏକ ରାଜ୍ୟ ଗଠନ ହୋଇଥିଲା। ଆଜିର ଏହି ପବିତ୍ର ଦିନରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି ଯେ, ‘ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ୱାଭିମାନୀପଣିଆ ପାଇଁ ପରିଚିତ। ହେଲେ ଏବେ ବୀରତ୍ୱ ନୁହେଁ ଆମ ଏକତା ଓ ସ୍ୱାଭିମାନୀପଣିଆ ଦୁନିଆକୁ ଦେଖାଇବାର ସମୟ। ଆସନ୍ତୁ ଦୃଢତାରେ କରୋନା ମୁକାବିଲା କରିବା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା। ବନ୍ଦେ ଉତ୍କଳ ଜନନୀ।’ ଏଥିସହିତ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହିତ ଆଜି ଓଡ଼ିଶା ପ୍ରଦେଶର ଜନ୍ମ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘ପବିତ୍ର ଉତ୍କଳ ଦିବସ ଅବସରରେ ମୋର ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ବନ୍ଦେ ଉତ୍କଳ ଜନନୀ।’

Comments are closed.