Odisha Link
Bridging the Missing Links in Odisha

ଆଜିଠୁ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶି ୪ଟିରେ ପରିଣତ ହେବ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମହାମିଶ୍ରଣ ଘଟିବାକୁ ଯାଉଛି। ଏହି ଅନୁଯାୟୀ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହୋଇ ଦେଶରେ ୪ ବୃହତ୍‌ ବ୍ୟାଙ୍କରେ ପରିଣତ         ହେବ। ମିଶ୍ରଣ ଘଟିବାକୁ ଯାଉଥିବା ବ୍ୟାଙ୍କର ଗ୍ରାହକମାନେ ନୂଆ ବୃହତ୍‌ ବ୍ୟାଙ୍କର ଗ୍ରାହକ ଭାବେ ବିବେଚିତ ହେବେ। ଭାରତୀୟ ​ଷ୍ଟେଟ୍‌ ବ୍ୟାଙ୍କ ଏହାର ୫ ସହଯୋଗୀ ବ୍ୟାଙ୍କ ସହ ମହିଳା ବ୍ୟାଙ୍କକୁ ଅଧିଗ୍ରହଣ କରିବା ପରେ ୨୦୧୭ରେ ଦେଶରେ ସମୁଦାୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୨୭ ରହିଥିଲା। ତେବେ ୨୦୧୯ରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ମିଶ୍ରଣ ଘଟିଲା। ସେତେବେଳେ ବିଓବି ହୋଇଥିଲା ଦେଶର ତୃତୀୟ ବୃହତ୍‌ ବ୍ୟାଙ୍କ।

ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ମିଶ୍ରଣ ହେବ। ଏହାଦ୍ୱାରା ଦେଶର ଦ୍ୱିତୀୟ ସର୍ବବୃହତ୍‍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠିତ ହେବ। ଏସ୍‌ବିଆଇ ପୂର୍ବଭଳି ​ଦେଶର ବୃହତ୍‌ ବ୍ୟାଙ୍କର ମାନ୍ୟତା ରଖିବ।​‌ ସୋମବାର ପିଏନ୍‌ବି ପକ୍ଷରୁ ଏହାର ନୂଆ ଲୋଗୋ ଉନ୍ମୋଚନ କରାଯାଇଛି।

ସେହିଭଳି କାନରା ବ୍ୟାଙ୍କ ଏବଂ ସିଣ୍ଡିକେଟ୍‌ ବ୍ୟାଙ୍କର ମିଶ୍ରଣ ଘଟି ୪ର୍ଥ ବୃହତ୍‌ ବ୍ୟାଙ୍କ ଗଠିତ ହେବ। ଆନ୍ଧ୍ରବ୍ୟାଙ୍କ ଏବଂ କର୍ପୋରେଶନ୍‌ ବ୍ୟାଙ୍କର ୟୁନିଅନ ବ୍ୟାଙ୍କ ସହ ମିଶ୍ରଣ ଘଟିବ। ଅନ୍ୟପକ୍ଷରେ ଆହ୍ଲାବାଦ ବ୍ୟାଙ୍କ ସହ ମିଶ୍ରଣ ଘଟି ଇଣ୍ଡିଆନ୍‌ ବ୍ୟାଙ୍କ ହେବ ଦେଶର ୭ମ ବୃହତ୍‌ ବ୍ୟାଙ୍କ। ସୂଚନା ଯୋଗ୍ୟ, ୨୦୧୯ ଅଗଷ୍ଟରେ କେନ୍ଦ୍ର କ୍ୟାବିନେଟ୍‌ ଏହି ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ​ଘୋଷଣା ହୋଇଥିଲା

Comments are closed.