Odisha Link
Bridging the Missing Links in Odisha

“ସଜାଗ ରୁହ ନଚେତ ଦୁର୍ଦ୍ଦଶା ଭୋଗିବ”

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ପ୍ରତିକ୍ରିୟା ଦେଲେ ଭାରତର “ଚିଫ୍ ଅଫ୍ ଡିଫେନସ୍ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତ। ସେ କହିଛନ୍ତି ଯେ, ଲକଡାଉନ୍‌ ତଥା ସାମାଜିକ ଦୂରତା ମାଧ୍ୟମରେ ଏପ୍ରିଲ୍ ୧୪ ସୁଦ୍ଧା ଭାରତ କୋଭିଡ୍ -୧୯ ଜୀବାଣୁ ଶୃଙ୍ଖଳା ଭାଙ୍ଗିବ କିମ୍ବା ମହାମାରୀର ଦୀର୍ଘକାଳୀନ ପରିଣାମକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବ। ସେନାବାହିନୀର ସଙ୍କଳ୍ପ ବାର୍ତ୍ତା “ସଜାଗ ରୁହ ନଚେତ ମରିବ’କୁ କୋରୋନାଭାଇରସ୍ ସଂକଟ ସମୟରେ ମାର୍ଜିତ କରି ସେ କହିଛନ୍ତି ଯେ “ସଜାଗ ରୁହ ନଚେତ ଦୁର୍ଦ୍ଦଶା ଭୋଗିବ’।

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଟେଲିଫୋନ୍ ଯୋଗେ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ, ଏପ୍ରିଲ୍ ୧୪ ତାରିଖ ସୁଦ୍ଧା ଶତପ୍ରତିଶତ ଲକଡାଉନ୍ ଏବଂ ସାମାଜିକ ଦୂରତ୍ୱ ମାଧ୍ୟମରେ ଆମେ କରୋନାଭାଇରସ୍ ବିସ୍ତାରକୁ ରୋକିବା ଉଚିତ। ଫସଲ ଅମଳ ସମୟ ଆସୁଥିବାରୁ ଭାରତ ଆଉ ଲକଡାଉନ୍ ସମୟ ଅବଧି ବଢ଼ାଇ ପାରିବନାହିଁ । ଜନତା ଓ ସରକାରଙ୍କ ଦାବି ପୂରଣ କରିବାକୁ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି।

ସେ ଆହୁରି କହିଛନ୍ତି ଯେ କରୋନା ଭାଇରସ ସଂକ୍ରମିତଙ୍କ ସେବା ନିମନ୍ତେ ବାୟୁସେନା ଓ ନୌସେନା ୧୭/୧୮ ଡାକ୍ତରଖାନା ଉତ୍ସର୍ଗ କରି ପୂରା ଦମରେ କାର୍ଯ୍ୟରେ ଲାଗିଛି। ଏହି ଡାକ୍ତରଖାନାମାନଙ୍କର ଶଯ୍ୟା ସଂଖ୍ୟା ୧୫୦୦୦କୁ ବୃଦ୍ଧି କରାଯାଇଛି। ଏହାଛଡ଼ା ସେନାବାହିନୀ ଓ ତା’ର ଡାକ୍ତରମାନେ ସର୍ବଦା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗ ରଖିଛି।

Comments are closed.