Odisha Link
Bridging the Missing Links in Odisha

ରାଜଧାନୀ ଭୁବନେଶ୍ବର ଓ ଭଦ୍ରକ ଟାଉନ୍ ୨ଦିନ ପାଇଁ ସଟ୍‌ ଡାଉନ୍

ଭୁବନେଶ୍ବର: ଆଜି ସନ୍ଧ୍ୟା ୮ଟାରୁ ରବିବାର ରାତି ୮ଟା ଯାଏଁ ରାଜଧାନୀ ଭୁବନେଶ୍ବର ସମେତ ଭଦ୍ରକ ଟାଉନ୍ ସଟ୍‌ ଡାଉନ୍। ଅର୍ଥାତ୍‌ ୨ଦିନ ପାଇଁ ରାଜଧାନୀ ଭୁବନେଶ୍ବର ଓ ଭଦ୍ରକ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ସଟ୍‌ ଡାଉନ୍‌ ହେବ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ କେବଳ ଭୁବନେଶ୍ବରରୁ ୪ ଜଣ ରୋଗୀ ମିଳିଛନ୍ତି। ସେହିଭଳି ଭଦ୍ରକରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏହି ଦୁଇଟି ସହର ରାଜ୍ୟର କରୋନା ହଟ୍‌ସ୍ପଟ ହୋଇଥିବା ବେଳେ ଏଠାରେ ଲକ୍‌ଡାଉନ୍‌ ଠାରୁ ଅଧିକ କଠୋର କଟକଣା ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ସଟ୍‌ଡାଉନ୍‌ ସମୟରେ କୌଣସି ପୁରୁଣା ପାସ୍‌ କାମ କରିବନାହିଁ।ଲୋକେ ଆଦୌ ଘରୁ ବାହାରିପାରିବେ ନାହିଁ, ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଏହି ସମୟରେ କେବଳ ସ୍ବାସ୍ଥ୍ୟଗଗତ ଜରୁରୀ ପରିସ୍ଥିତିରେ ଘରୁ ବାହାରିହେବ। ତେବେ ଲୋକେ ଏଥିପାଇଁ ନିଜେ ଘରୁ ବାହାରିପାରିବେ ନାହିଁ। ଫୋନ୍‌ କଲେ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚିବ ବୋଲି ରାଜ୍ୟ ପୁଲିସ ମୁଖ୍ୟ ଅଭୟ ଆଜି ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି।

Comments are closed.