ଓଡ଼ଗାଁ ରଘୁନାଥଙ୍କ ଅହଲ୍ୟା ଉଦ୍ଧାର ବେଶ

ନୟାଗଡ଼: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏସବୁ ଭିତରେ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିଜେ ରଘୁନାଥ ଜୀଉ ମନ୍ଦିରରେ ଆଜି କାମଦା ଏକାଦଶୀ ତିଥିରେ ଅହଲ୍ୟା ଉଦ୍ଧାର ବେଶ ଅନୁଷ୍ଠିତ ହୋଇଯାଇଛି।
ଗୌତ୍ତମ ଋଷିଙ୍କ ଅଭିଶାପରୁ ଆଜି ଅହଲ୍ୟା ମୁକ୍ତ ହେବାର ମନୋରମ ଦୃଶ୍ୟ ଦେଖିବାକୁ ମିଳିଥିଲା। ମନ୍ଦିର ମଧ୍ୟରେ କେବଳ ଠାକୁରଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା। ଲକ୍ଡାଉନ୍ର ପ୍ରଭାବ ଯୋଗୁଁ ଆଜି ମଧ୍ୟ ଜନସାଧାରଣ ଠାକୁରଙ୍କୁ ଦର୍ଶନ କରିପାରିନାହାନ୍ତି।
ସୂଚନାଥାଉକି, ପ୍ରତିବର୍ଷ ଓଡ଼ଗାଁରେ ବହୁ ଜାକ ଜମକରେ ହୋଇଥାଏ ରାମନବମୀ ଉତ୍ସବ। ପ୍ରତ୍ୟେକଦିନ ରଘୁନାଥଙ୍କ ବେଶ ଦେଖିବା ପାଇଁ ମନ୍ଦିରରେ ହୋଇଥାଏ ପ୍ରବଳ ଭିଡ଼। ହେଲେ ଚଳିତବର୍ଷ କରୋନା ଭାଇରସ୍ ପାଇଁ ଜନସାଧାରଣ ଠାକୁରଙ୍କୁ ଦର୍ଶନ କରି ପାରୁନାହାନ୍ତି।