Odisha Link
Bridging the Missing Links in Odisha

କରୋନା: ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବ୍ରିଟେନରେ ଦିନକୁ ଦିନ ମହାମାରୀ କରୋନା ଭାଇରସ୍‌ କାୟା ମେଲାଇବାରେ ଲାଗିଛି। ଏହାରି ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କୋରୋନାରେ ପିଡୀତ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌। ବ୍ରିଟିଶ ପିଏମ କାର୍ଯ୍ୟାଳୟର ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ ବୋରିସଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋରିସ୍‌ ଜନସନ୍‌ଙ୍କୁ କୋରୋନା ଭାଇରସ୍‌ର ଲକ୍ଷଣ ଏବେ ବି ଦେଖାଯାଉଛି। ତେଣୁ ତାଙ୍କର ପୁନର୍ବାର ଟେଷ୍ଟ କରାଇବା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍ଯ୍ୟାଳୟର ସୂଚନାଅନୁଯାୟୀ ପିଏମ ବୋରିସ୍‌ଙ୍କ ସ୍ୱାସ୍ଥ ଭଲ ଅଛି।

ଏପଟେ ମହାମାରୀ କୋରୋନା ପାଇଁ ସାରା ବିଶ୍ବ ଚନ୍ତିତ। ବିଶ୍ୱରେ ଏପର୍ଯ୍ୟନ୍ତ ୧୨.୭୦ ଲକ୍ଷ ରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି।

Comments are closed.