Odisha Link
Bridging the Missing Links in Odisha

ବିଜେପିକୁ ୪୦ ପୂରିଲା

ନୂଆଦିଲ୍ଲୀ: କେନ୍ଦ୍ରରେ ବର୍ତ୍ତମାନ ସରକାର ଗଢ଼ିଥିବା ଭାରତୀୟ ଜନତା ପାର୍ଟି ଆଜି ୪୦ ବର୍ଷ ପୂର୍ତ୍ତି ପାଳନ କରୁଛି। ଏ ଅବସରରେ ଆଜି ଦଳର ରାଷ୍ଟ୍ରୀୟ ସଭାପତି ଦଳୀୟ ପତାକା ଉତ୍ତୋଳନ କରିବା ସହ କର୍ମୀ ଓ ନେତାଙ୍କୁ ଶୁଭକାମନା ଜଣାଇଛନ୍ତି। କରୋନା ସଂକ୍ରମମଣ କାରଣରୁ ଆଜିର ପ୍ରତିଷ୍ଠା ଦିବସ ନିରାଡମ୍ବର ଥିବା ବେଳେ ଆଜି ଏ ନେଇ ଟ୍ବିଟରରେ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି କହିଛନ୍ତି ଯେ ବିଜେପି ଯେବେ ବି ଦେଶର ସେବା କରିବାକୁ ସୁଯୋଗ ପାଇଛି ଏହା ଉତ୍ତମ ଶାସନ ଓ ଗରିବ ସଶକ୍ତିକରଣକୁ ଗୁରୁତ୍ବ ଦେଇଆସିଛି। ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମର ଦଳୀୟ କର୍ମୀମାନେ ଲୋକଙ୍କ ଜୀବନରେ ସକାରାତ୍ମକ ପପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି ଓ ସମାଜସେବା କ୍ଷେତ୍ରରେ ନୂଆ ଉଦାହରଣ ତିଆରି କରିଛନ୍ତି ବୋଲି ମୋଦି କହିଛନ୍ତି।

ଏ ଅବସରରେ ମୋଦି ଦେଶ ସାରା ଥିବା ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା ଲଢ଼େଇରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ଦଳ ସଭାପତି ଜେପି ନଡ୍ଡାଙ୍କ ଦ୍ବାରା ଦିଆଯାଇଥିବା ସୂତ୍ର ପାଳନ କରିବା ସହ ଲୋକଙ୍କୁ ସହଯୋଗ କରିବା ଓ ସାମାଜିକ ଦୂରତ୍ବ ବଜାୟ ରଖିିବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ମୋଦି।

୧୯୮୦ ମସିହା ଏପ୍ରିଲ ୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ବରେ ବିଜେପି ପ୍ରତିଷ୍ଠା ହୋଇଥିଲା।

Comments are closed.