Odisha Link
Bridging the Missing Links in Odisha

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳରେ ବିଶୋଧନ କାର୍ଯ୍ୟକ୍ରମ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ପରିସର ତଥା କ୍ଵାରେଣ୍ଟାଇନ ୱାର୍ଡକୁ ଆଜି ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ସହାୟତାରେ ବିଶୋଧନ କରାଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ବିଶୋଧନ କରାଯାଇଥିଲା। ସବୁ ସ୍ଥାନରେ ହାଇଡ୍ରୋକ୍ଲୋରାଇଡ଼ ଏବଂ ଫିନାଇଲ ସିଞ୍ଚନ କରାଯାଇଛି।ସହରର ସମସ୍ତ ସ୍ଥାନକୁ ସଫେଇ କର୍ମଚାରୀମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ରୂପେ ସଫା କରାଯାଇଛି।ପରବର୍ତ୍ତୀ ସମୟରେ ସହରର ସବୁ ସ୍ଥାନକୁ ବିଶୋଧନ କରାଯିବ ବୋଲି ବିଜ୍ଞାପିତ ଅଂଚଳ ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗରିବ ତଥା ଅସହାୟ ବ୍ୟକ୍ତିଙ୍କ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ଜନସାଧାରଣ ସ୍ୱାଗତ କରିଛନ୍ତି।

Comments are closed.