Odisha Link
Bridging the Missing Links in Odisha

ସ୍ବାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ସ୍ୱାସ୍ଥ୍ୟ ବିଷୟରେ ସମାଜକୁ ସଚେତନ କରିବା ଏହି ଦିବସ ର ମୂଳ ଲକ୍ଷ୍ୟ। ଚଳିତବର୍ଷ ବିଷୟ ହେଉଛି ସେବିକା ଓ ଧାତ୍ରୀ ଙ୍କୁ ସମର୍ଥନ ଦିଅନ୍ତୁ ବୋଲି ଟୁଇଟ୍‌ କରି ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆହୁରି କହିଛନ୍ତି ଯେ, ସମାଜିକ ଦୂରତା କିପରି ସବୁବେଳେ ବଜାୟ ରଖିବା ସେ ନେଇ ଅଭ୍ୟାସ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହା ଆମର ଓ ଅନ୍ୟମାନଙ୍କ ଜୀବନ ରକ୍ଷା କରିବ। କୋରୋନା ଭୂତାଣୁ ପାଇଁ ଲଢେଇ କରୁଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ଦିବସରେ ସ୍ବାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାିଛନ୍ତି। କରୋନା ଯୁଦ୍ଧରେ ଅଗ୍ରଣୀ ଯୋଦ୍ଧା ସାଜିଥିବା ସ୍ବାସ୍ଥକର୍ମୀ ମାନଙ୍କୁ ନମସ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜିର ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଏବେ କୋରୋନା ସହ ସିଧାସଳଖ ଲଢେଇ କରୁଛନ୍ତି। ଏହାସହ ସାମାଜିକ ଦୂରତ୍ୱ ବଜାୟ ରଖି ଆମ ଜୀବନକୁ ସୁରକ୍ଷିତ ରଖିବାକୁ ପ୍ରାୟସ କରିବାକୁ ଧର୍ମେନ୍ଦ୍ର ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ପୁରା ବିଶ୍ୱକୁ ସୁସ୍ଥ କରିପାରିବା।

Comments are closed.