Odisha Link
Bridging the Missing Links in Odisha

ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ଭୁବନେଶ୍ବର: କେବଳ ଜରୁରୀକାର୍ଯ୍ୟରେ ନିୟୋଜିତ ଗାଡ଼ିଗୁଡ଼ିକୁ ପେଟ୍ରୋଲ/ ଡିଜେଲ ଦିଆଯିବ ବୋଲି ସରକାର ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ଆଉ ପାଦେ ଆଗେଇ ଯାଇଛନ୍ତି ଉତ୍କଳ ପେଟ୍ରୋଲିଅମ୍‌ ବିକ୍ରେତା ସଂଘ। ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଇନ୍ଧନ ଦିଆଯିବନାହିଁ ବୋଲି ସଂଘ ଘୋଷଣା କରିଛି।

ଏ ନେଇ ସଂଘର ସାଧାରଣ ସଂପାଦକ ସଂଜୟ ଲାଠ କହିଛନ୍ତି ଯେ ସରକାରଙ୍କ ମାସ୍କ ବାଧ୍ୟତାମୂଳକ କରିଥିବା ବେଳେ ଆମେ ଏହାକୁ ସମ୍ମାନ ଦେଇ ,ଭଳି ନିଷ୍ପତ୍ତି ନେଇଛୁ। ଏହା ଛଡ଼ା ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ମଧ୍ୟ ଏହା ପ୍ରୟୋଜନ।