Odisha Link
Bridging the Missing Links in Odisha

ମେ ୩ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି  ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ଅବଧିକୁ ପୁଣି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ଦ୍ବାରା ଘୋଷଣା କରିଛନ୍ତି। ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଦେଶବାସୀଙ୍କ ହିତକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ମୋଦି କହିଛନ୍ତି।

ଆଜି ଠିକ ସକାଳ ୧୦ଟା ବେଳେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ଲକଡାଉନ ଅବଧିର ବୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି। ଏପ୍ରିଲ ୨୦ ଯାଏ ଏହି କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି ଏହି ସମୟ ସୀମା ମଧ୍ୟରେ ଯେଉଁ ସବୁ ସ୍ଥାନରେ କରୋନା ହଟସ୍ପଟ ସୃଷ୍ଟି ହେବନାହିଁ। ସେଠାରେ କଟକଣାକୁ ସମାନ୍ୟ କୋହଲ କରାଯିବ ବୋଲି ମୋଦି କହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଗାଇଡଲାଇନ ଆସନ୍ତାକାଲି ପ୍ରକାଶ କରାଯିବ। ଏପ୍ରିଲ ୨୦ ଯାଏ ସମସ୍ତ ଜିଲ୍ଲା, ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ତୀକ୍ଷ୍ଣ ଭାବେ ସମୀକ୍ଷା କରାଯିବ। ଯେଉଁ ରାଜ୍ୟରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି, ସେଠାରେ ସାମାନ୍ୟ ନୀତି କୋହଳ ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯିବ।

ଏହି ଦ୍ୱିତୀୟ ଲକଡାଉନର ଅବଧି ୧୯ ଦିନ ରହିଛି। ଅର୍ଥାତ ୧୫ ଏପ୍ରିଲରୁ ଏହା କାର୍ଯ୍ୟକାରୀ ହୋଇ ମେ’ ୩ ଯାଏ ଲକଡାଉନ ପାଳନ କରାଯିବ। ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ପ୍ରାୟ ସବୁ କ୍ଷେତ୍ରରେ କଟକଣା ଲାଗିଥିଲା। ହେଲେ ୨ୟ ପର୍ଯ୍ୟାୟରେ ଜୀବନ ସହ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର।

ସାରାଦେଶରେ କରୋନା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨୧ଦିନିଆ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଯାହା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଅପ୍ରେଲ୍ ୧୪ପର୍ଯ୍ୟନ୍ତ ଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୬ଦିନ ମଧ୍ୟରେ ଦେଶବାସୀଙ୍କୁ ଚାରିଥର ସମ୍ବୋଧନ କରିଛନ୍ତି।

Comments are closed.