Odisha Link
Bridging the Missing Links in Odisha

ଭଲ ଖବର: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ୨୧ ଜଣ

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ୨ଜଣଙ୍କ ଘର ଭୁବନେଶ୍ୱର। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୧ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ମହାମାରୀ କରୋନା ଭାଇରସରେ ଆଜି ସୁଦ୍ଧା ରାଜ୍ୟରେ ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୮ ଜଣଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ଅପରପକ୍ଷେ କରୋନା ପାଇଁ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ସୁସ୍ଥ ହୋଇଥିବା ଦୁଇ ଜଣଙ୍କୁ ମିଶାଇ କେବଳ ଭୁବନେଶ୍ୱରରେ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ମାତ୍ର ସେମାନେ ଭୁବନଶ୍ୱରର କେଉଁ ଅଞ୍ଚଳରେ ସେନେଇ ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଇନାହିଁ।

Comments are closed.