Odisha Link
Bridging the Missing Links in Odisha

ଏଣିକି ଛେପ ପକାଇଲେ ତଣ୍ଡ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜନତା କିଭଳି ସୁରକ୍ଷିତ ଏବଂ କରୋନା ମୁକ୍ତ ରହିବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଉଛନ୍ତି ସରକାର। ଏହାରି ମଧ୍ୟରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଆଦାୟ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ସେ କହିଛନ୍ତି, ପ୍ରଥମ ତିନି ଥର ଭୁଲ୍ ପାଇଁ ଦୁଇ ଶହ ଟଙ୍କା ଲେଖାଏଁ ଜରିମାନା କରାଯିବ। ତିନି ଥର ପରେ ପୁଣି ଭୁଲ୍ କଲେ ଜରିମାନା ପରିମାଣ ପାଞ୍ଚ ଶହକୁ ବଢ଼ିବ। ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି, ସର୍ବସାଧାରଣ ଜାଗାରେ ଛେପ ପକାଇଲେ ବ୍ଲକ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୁଲିସ୍‌ ଏଏସ୍ଆଇ ଓ ମ୍ୟୁନିସପାଲିଟି ୱାର୍ଡ ଅଫିସର ଫାଇନ୍ କରିବେ। ଏହି ନିୟମ ସାରା ରାଜ୍ୟରେ ଲାଗୁ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ସୁସ୍ଥ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି।

Comments are closed.