Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଆଉ ୩ ଆକ୍ରାନ୍ତ ଚିହ୍ନଟ, ମୋଟ ୮୨

ଭୁବନେଶ୍ବର: ରାଜ୍ୟରେ ପୁଣି ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ସୂଚନା ରହିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୭୭୫ଟି କରୋନା ଟେଷ୍ଟ ହୋଇଛି ଏବଂ ୪ ହଜାର ୯୭୫ଟି ଆଣ୍ଟିବଡ଼ି ଟେଷ୍ଟ କରାଯାଇଛି। ୮୨ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୫୧ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.