Odisha Link
Bridging the Missing Links in Odisha

ଜାତୀୟ ମୁଖ୍ୟ ଭିଜିଲାନ୍ସ କମିଶନର ହେଲେ ସଞ୍ଜୟ କୋଠାରୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ଭିଜିଲାନ୍ସ୍‌ର ନୂତନ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି ସଞ୍ଜୟ କୋଠାରୀ। ରାଷ୍ଟ୍ରପତି ଭବନରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ଆଜି ସକାଳ ସାଢ଼େ ୧୦ଟାରେ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ସଞ୍ଜୟ କୋଠାରୀ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ କୋଠାରୀଙ୍କୁ ଶପଥ ପାଠ କରାଇଥିଲେ। ସୂଚନାଥାଉକି, ଏହାପୂର୍ବରୁ ଶ୍ରୀ କୋଠାରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ଭାବରେ କାର୍ଯ୍ୟ କରୁଥିଲେ।

କୋଠାରୀ ହରିୟାଣା କ୍ୟାଡରର ୧୯୭୮ ବ୍ୟାଚର IAS ଅଧିକାରୀ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେକିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆଜି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି କୋଭିଡ-୧୯ ର ନିର୍ଦ୍ଦେଶାବଳୀ ଅନୁସରଣ କରୁଥିବା ଦେଖବାକୁ ମିଳିଥିଲା।

Comments are closed.