Odisha Link
Bridging the Missing Links in Odisha

ସ୍ପଷ୍ଟ କଲା କେନ୍ଦ୍ର: ବନ୍ଦ ରହିବ ସେଲୁନ୍, ରେସ୍ତୋରାଁ ଓ ମଦ ଦୋକାନ

ନୂଆଦିଲ୍ଲୀ: ଗତକାଲି ରାତିରେ ଲକ୍‌ଡାଉନ୍‌ କୋହଳ ନେଇ କେନ୍ଦ୍ର ସରକାର ଯେଉଁ କୋହଳ ସୂଚନା ଦେଇଥିଲେ ସେ ନେଇ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରକାଶ ପରେ ଅଧିକ ସ୍ପଷ୍ଟ କରିଛି ଗୃହ ମନ୍ତ୍ରାଳୟ। ସେଲୁନ୍‌ ଓ ପାର୍ଲର ଆଜି ଠାରୁ ଖୋଲି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହା ବନ୍ଦ ରହିବ ବୋଲି ସରକାର ଆଜି ସ୍ପଷ୍ଟ କରିଛନ୍ତି। ଏକ ଟୁଇଟ୍‌ରେ ଗୃହ ମନ୍ତ୍ରାଳୟ ମୁଖପାତ୍ର ଜଣାଇଛନ୍ତି ଯେ ସମାଜର ବିଭିନ୍ନ ବର୍ଗରୁ ସେଲୁନ୍, ରେସ୍ତୋରାଁ ଆଦି ଖୋଲିବା ନେଇ ପ୍ରଶ୍ନ ଆସୁଛି। ଏସବୁ ବନ୍ଦ ରହିବ ବୋଲି ଟୁଇଟ୍‌ରେ ସ୍ପଷ୍ଟ କରାଯାଇଛି। ମଦ ଦୋକାନ ବନ୍ଦ ରହିବ ବୋଲି ପୂର୍ବରୁ ବିଜ୍ୟପ୍ତିରେ ପ୍ରକାଶ ପାଇଥିଲା।

Comments are closed.