Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ: କରୋନାରେ ୧୮ ନୁହେଁ, ୫୭ ଜୀବନ ଯାଇଛି

କୋଲକାତା: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶରେ ୭୭୫ ଜଣଙ୍କ ମୃତ୍ୟୁ ହେଲାଣି। ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ସର୍ବାଧିକ। ଅପରପକ୍ଷେ ପଶ୍ଚିମବଙ୍ଗ ସରକାର କରୋନା ମୃତକଙ୍କ ସଂଖ୍ୟା ଲୁଚାଉଥିବା ବେଳେ ପ୍ରଥମଥର ପାଇଁ ସତ କଥା ସ୍ବୀକାର କରିଛନ୍ତି।

ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୧୮ ଜଣ ନୁହନ୍ତି, ବରଂ ୫୭ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପଶ୍ଚିମବଙ୍ଗ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ତେବେ ୧୮ଜଣ କୋଭିଡ-୧୯ରେ ପ୍ରାଣ ହରାଇଥିଲା ବେଳେ ୩୯ ଜଣ କୋଭିଡ-୧୯ ସହ ଅନ୍ୟ ରୋଗରେ ପୀଡିତ ଥିଲେ। ରାଜ୍ୟର ମୁଖ୍ୟ ସଚିବ ରାଜୀବ ସିହ୍ନା ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରୀୟ ମନ୍ତ୍ରୀସ୍ତରୀୟ କମିଟି କରୋନା ଜନିତ ମୃତ୍ୟୁସଂଖ୍ୟା ଉପରେ ପ୍ରଶ୍ନ ଉଠାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂଆ ତଥ୍ୟ ପ୍ରଦାନ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ, କେନ୍ଦ୍ର ସରକାରଙ୍କ ନିକଟକୁ ଆଜି ଏକ ଚିଠି ଲେଖିଥିବା ବେଳେ ରାଜ୍ୟ ସରକାର କରୋନା ମୃତ୍ୟୁସଂଖ୍ୟା ନେଇ ନୂଆ ତଥ୍ୟ ରଖିଛନ୍ତି। ଫଳରେ ଆଗକୁ ଏହା ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।

Comments are closed.