ନୟାଗଡ଼ରେ ଆରମ୍ଭ ହେଲା “ଟେଲିମେଡିସିନ” ସେବା

ନୟାଗଡ଼: କରୋନା ମହାମାରୀ ପାଇଁ ସାରା ଦେଶ ଲକ୍ଡାଉନ୍। ଫଳରେ ସାରା ଦେଶରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଏହି ଲକ୍ଡାଉନ୍ ସମୟରେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଅନେକ ରୋଗୀ ମେଡିକାଲ ଯିବା ଆସିବା ସହଜରେ କରି ପାରୁନାହାନ୍ତି ଏବଂ ସଠିକ୍ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।
ଏହାକୁ ନଜରରେ ରଖି ବିଭିନ୍ନ ରୋଗରେ ପୀଡିତ ହେଉଥିବା ରୋଗୀମାନେ କିଭଳି ସହଜରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। “ଟେଲିମେଡିସିନ” ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଡାକ୍ତର ମାନେ ଟେଲିମେଡିସିନ ସେବାର ପୋର୍ଟଲରେ ନିଜ ନାମ ପଞ୍ଜିକରଣ କରିଛନ୍ତି। ନୟାଗଡ଼ ଜିଲ୍ଲା ଏହି ଟେଲିମେଡିସିନ କାର୍ଯ୍ୟକ୍ରମରେ ସାମିଲ ହୋଇଛି।
କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଭିନ୍ନ ରୋଗରେ ପୀଡିତ ଲୋକମାନେ ଡାକ୍ତରଖାନା ନଆସି ଘରେ ରହି କିପରି ସେବା ପାଇପାରିବେ ଏଥିନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି।ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ ସାତଦିନ ବ୍ୟାପି ସକାଳୁ ୮ଘଟିକା ଠାରୁ ୧୨ ପର୍ଯ୍ୟନ୍ତ ୮ଟି ବିଭାଗର ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି।
ରୋଗୀମାନେ ଫୋନ ଜରିଆରେ ଭଏସ୍ କଲ୍ ଓ ଭିଡିଓ କଲ୍ ଜରିଆରେ ସେବା ପାଇପାରିବେ। ମୁଖ୍ୟତଃ ଶିଶୁ ବିଭାଗ, ନାକ କାନ ଗଳା, ମେଡିସିନ୍,ଶଲ୍ୟ, ପ୍ରସୁତି, ଟିବି ଓ ଛାତି ଏବଂ ଚର୍ମ ବିଭାଗ ରୋଗର ଚିକିତ୍ସା ପାଇପାରିବେ।ଆଜି ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଆରମ୍ଭ କରାଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶ୍ବେତ କୁମାର ମହାପାତ୍ର ଜିଲ୍ଲାର ସମସ୍ତ ଜନ ସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ଡାକ୍ତରଖାନା ନ ଆସି ଘରେ ରହି ସୁବିଧାରେ ଚିକିତ୍ସା ପାଆନ୍ତୁ ଏବଂ ନୟାଗଡ ଜିଲ୍ଲା ବାସୀଙ୍କୁ ବାର୍ତ୍ତା ଦେଇଛନ୍ତି : “ଘରେ ରୁହନ୍ତୁ ଓ ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷିତ ରଖନ୍ତୁ “।
Comments are closed.