Odisha Link
Bridging the Missing Links in Odisha

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ

ବଲାଙ୍ଗୀର: ବଲାଙ୍ଗିର ସ୍ଥିତ ପାଟଣାଗଡ଼ ବ୍ଲକ ତମିଆଁ ମୁଦଲସରେରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ୨୦୧୫ମସିହାରେ ସୁକତେଲ ନଦୀ ଉପରେ ନିର୍ମାଣ କରାଯାଇଥିବା ବ୍ରିଜ ଭୁଶୁଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଦବି ଯାଇଥିବା ପୋଲର ମରାମତି କରାଯାଉଥିବା ବେଳେ ଏହିପରି ଅଘଟଣ ଘଟିଛି। ଏହାସହ ନିମ୍ନମାନର କାର୍ଯ୍ୟ ଯୋଗୁଁ ପୋଲ ଭୁଶୁଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.