Odisha Link
Bridging the Missing Links in Odisha

କରୋନା: ଆଉ ୩ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ୧୨୨

ଭୁବନେଶ୍ବର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଞ୍ଚିଛି। ରାଜ୍ୟରେ ୩ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା ସଂକ୍ରମଣ। ପ୍ରଥମଥର ପାଇଁ ରାଜ୍ୟର ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରେ କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ମିଳିଛି।

ବର୍ତ୍ତମାନ ରାଜ୍ୟରେ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୧୪ଟି ଜିଲ୍ଲାକୁ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଛି। ପାଖାପାଖୀ ଅଧାରାଜ୍ୟ କରୋନ ସଂକ୍ରମିତ ହୋଇଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି

Comments are closed.