Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଆଉ ୩ ଆକ୍ରାନ୍ତ ଚିହ୍ନଟ, ମୋଟ ୧୨୫

ଭୁବନେଶ୍ବର: ରାଜ୍ୟରେ ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ଏବଂ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଁଞ୍ଚିଛି।

ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ ଯଥାକ୍ରମେ ୪୪, ୬୧ ଓ ୬୩ ବର୍ଷ ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। ଏବଂ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ୩ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବାଲେଶ୍ବରରେ ୧୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖା।

ରାଜ୍ୟରେ ବର୍ତ୍ତମାନ ୧୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୮୫ଜଣ କରୋନା ଆକ୍ରାନ୍ତ ରାଜ୍ୟ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେୁଛନ୍ତି।

ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖବର ଲେଖା ହେବା ସୁଦ୍ଧା ଆଜି ଗୋଟିଏ ଦିନରେ ୬ଟି କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Comments are closed.