Odisha Link
Bridging the Missing Links in Odisha

ଲକ୍‌ଡାଉନ୍ ପରେ ଯୁକ୍ତ ଦୁଇ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ବର: ମହାମରୀ କରୋନାକୁ ପ୍ରତିହତ କରିବା ପାଇଁ ୩ମେ ପର୍ଯ୍ୟନ୍ତ ସାରା ଦେଶ ଲକ୍‌ଡାଉନ୍। ଲକ୍‌ଡାଉନ୍‌ ଫଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇ ପାରିନାହିଁ। ହେଲେ ଏହାରି ମଧ୍ୟରେ ରାଜ୍ୟରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଲକ୍‌ଡାଉନ୍ ଉଠିବାର ୭ ଦିନ ଭିତରେ ହିଁ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

କରୋନା ମୁକାବିଲା ନେଇ ରାଜ୍ୟରେ ତାଲାବନ୍ଦ କଟକଣା ଜାରି ହେବା ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଲାତାବନ୍ଦ ଉଠିବା ପରେ ପରେ ହିଁ ପରୀକ୍ଷା କରାଯିବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପୂରା ପ୍ରସ୍ତୁତି ସରିଛି। ତେବେ ଲକ୍‌ଡାଉନ୍ ସରିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ତାରିଖ ଘୋଷଣା କରାଯିବା ନେଇ କହିଛନ୍ତି ଶ୍ରୀ ଦାଶ। ସେହିପରି ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ସବନିମ୍ନ ୭ ଦିନ ଆଗରୁ ସୂଚନା ଦିଆଯିବ।

ତେଣୁ ଛାତ୍ରାଛାତ୍ରୀ କିମ୍ବା ଅଭିଭାବକ ଏଥିରେ ଦ୍ୱାନ୍ଦ୍ୱରେ ରହିବା ଦରକାର ନାହିଁ। ପରୀକ୍ଷା ବନ୍ଦ ହେବାର ବର୍ତ୍ତମାନ କୌଣସି ସମ୍ଭାବନା ନାହିଁ। କାରଣ ଯଦି ପରୀକ୍ଷା ବିଳମ୍ବ ହୁଏ ତେବେ ପିଲାମାନେ ଠିକରେ କଲେଜରେ ନାମ ଲେଖାଇପାରିବେ ନାହିଁ। ଏନେଇ ଗତକାଲି କେନ୍ଦ୍ର ମନ୍ତ୍ରୀ ମଧ୍ୟ ଲକ୍‌ ଡଉନ୍ ପରେ ସିବିଏସଇର ପରୀକ୍ଷା ହେବା ନେଇ ସୂଚନା ଦେବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

Comments are closed.