Odisha Link
Bridging the Missing Links in Odisha

କରୋନା ଲଢ଼େଇ: ନବୀନଙ୍କୁ ପ୍ରେରଣାର ଉତ୍ସ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: କରୋନା ଲଢ଼େଇରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ପ୍ରେରଣାର ଉତ୍ସ। ଆଜି ଏଭଳି କହିଛନ୍ତି ଜଗନ। ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜଗନଙ୍କ ସହ କଥା ହୋଇଥିଲେ। ଏ ଅବସରରେ ଜଗନ ଏଭଳି କହିଛନ୍ତି।

ଆନ୍ଧ୍ରରେ ୧୯୧୪ ଜଣ ଓଡ଼ିଆ ରାଜ୍ୟକୁ ଫେରିବା ପାଇଁ ଆଗ୍ରହ ଦେଖାଇଥିବା ଜଣାଇଛନ୍ତି ଜଗନ୍। ଉଭୟ ରାଜ୍ୟର ମୁଖ୍ୟସଚିବ ଏ ନେଇ ଆଲୋଚନା କରି ଓଡ଼ିଆଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ବୋଲି ନବୀନ କହିଥିଲେ। ଆନ୍ଧ୍ରରେ କୋଭାିଡ୍‌ ପରିଚାଳନାରେ ସନ୍ତୋଷ ପ୍ରକାଶ କରି ଜଗନ୍‌ଙ୍କ ପ୍ରଶଂସା କରିଥିଲେ ନବୀନ। ଉତ୍ତରରେ ନବୀନଙ୍କୁ ତାଙ୍କର ପ୍ରେରଣା ବୋଲି କହିଥିଲେ ଜଗନ।

https://www.facebook.com/OdishaLink/videos/1502111856630357

Comments are closed.