Odisha Link
Bridging the Missing Links in Odisha

ଯାଜପୁରରେ ୪୭ କରୋନା ଆକ୍ରାନ୍ତ, ରାଜ୍ୟରେ ୧୫୬

ଭୁବନେଶ୍ବର: ସକାଳେ ଯାଜପୁରରେ ୫ ଜଣ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ଅପରାହ୍ଣରେ ଆଉ ଦୁଇଜଣଙ୍କ ଠାରେ ପଜିଟିଭ୍‌ ଚିହ୍ନଟ ହୋଇଛି। ଏହି ୭ ଜଣ ଯାକ କୋଲକାତା ଫେରନ୍ତା ବୋଲି ସରକାର ସୂଚନା ଦେଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଆଉ ୪୬ ଜଣ ଚିକିତ୍ସିତ ହେଉଛନ୍ତି। ସକ୍ରିୟ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ଏବେ ସର୍ବାଧିକ କରୋନା ଆକ୍ରାନ୍ତ ଯାଜପୁରରେ ଅଛନ୍ତି।

ଏବେ ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୦୦ ଜଣ ସକ୍ରିୟ ରୋଗୀ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.