Odisha Link
Bridging the Missing Links in Odisha

ଆନ୍ଧ୍ରରୁ ଫେରିବେ ୧୯୧୪ ଓଡ଼ିଆ: ଜଗନଙ୍କ ସହ କଥାହେଲେ ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ବର: କରୋନା ଜନିତ ଲକ୍‌ଡାଉନ୍‌ କାରଣରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବା ଲାଗି ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଯେଉଁମାନେ ଆନ୍ଧ୍ରରେ ରହିବାକୁ ଚାହୁଁଥିବେ ରହିପାରିବେ ଓ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ବ୍ୟବସ୍ଥା କରାଯିବ ବୋଲି ନବୀନ କହିଥିଲେ। ମୋଟ ୧୯୧୪ ଜଣ ଓଡ଼ିଆ ଫେରିବା ଲାଗି ଅଗ୍ରହ ଦେଖାଇଥିବା କହିଥିଲେ ଜଗନ୍। ସେମାନଙ୍କୁ ଫରାଇ ଆଣିବା ଲାଗି ଉଭୟ ରାଜ୍ୟର ମୁଖ୍ୟସଚିବ ମିଶି ବ୍ରବସ୍ଥା କରିବାବୁ ନବୀନ ପରାମର୍ଶ ଦେଇଥିଲେ। କରୋନା ଯୁଦ୍ଧର ସୁପରିଚାଳନା ଓ ଲକ୍‌ଡାଉନ୍‌ ବେଳେ ପ୍ରବାସୀ ଓଡ଼ିଆଙ୍କ ଲାଗି ଉତ୍ତମ ବ୍ୟବସ୍ଥା କରିଥିବାରୁ ଜଗନ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭିଡିଓ କନଫରେନ୍ସିଂ ବେଳେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌ ବାଳକୃଷ୍ଣନ୍, ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ।

https://www.facebook.com/OdishaLink/videos/1502111856630357

Comments are closed.