Odisha Link
Bridging the Missing Links in Odisha

ସମସ୍ତ କଳ୍ପନାଜଳ୍ପନାର ଅନ୍ତ, ୩ ସପ୍ତାହ ପରେ କିମ ଜୋଙ୍ଗ ଉନଙ୍କ ଫଟୋ ଭାଇରାଲ୍‌

ଓଏଲ୍‌ ବ୍ୟୁରୋ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କୁ ନେଇ ୩ ସପ୍ତାହ ହେବ ସାରା ବିଶ୍ବରେ ଚିର୍ଚ୍ଚ।। କେହି କେହି କିମ ଜୋଙ୍ଗ ଉନଙ୍କ ଅସୁସ୍ଥତା କାରଣୁ ମୃତ୍ୟୁ ହୋଇଥିବା ମଧ୍ୟ ପ୍ରକାଶ କରିଥିଲେ। ମୃତ୍ୟୁକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଲୋକଙ୍କ ମଧ୍ୟରେ ନଜର ଆସିଛନ୍ତି କିମ ଜୋଙ୍ଗ ଉନ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିମ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟ ସୁଚୋନରେ ଏକ ସାର କମ୍ପାନୀ ଉଦଘାଟନ କରିଛନ୍ତି। ଗତ ଏକ ମାସ ଧରି ତାଙ୍କ ସ୍ୱାସ୍ଥ୍ୟ ଏବଂ ମୃତ୍ୟୁ ବିଷୟରେ ଅନେକ କଳ୍ପନାଜଳ୍ପନା ଓ ଦାବି କରାଯାଉଥିଲା କିନ୍ତୁ ପ୍ରାୟ ତିନି ସପ୍ତାହ ପରେ ତାଙ୍କୁ ପୁଣିଥରେ ସର୍ବସାଧାରଣରେ ଦେଖିବାକୁ ମିଳିଛି।

ଏପ୍ରିଲ ୧୧ରେ ପଲିତ ବ୍ୟୁରୋ ବୈଠକ ପରେ କିମ୍ ହାଜର ହୋଇନଥିଲେ, ଯାହା ପରେ ତାଙ୍କ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, ହେଲେ ବର୍ତ୍ତମାନ ସେଠାରେ ଥିବା ଗଣମାଧ୍ୟମ ସବୁ ପ୍ରକାରର କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପାଇଁ ତାଙ୍କର କିଛି ଫଟୋ ସେୟାର କରିଛନ୍ତି।

Comments are closed.