ଓଡ଼ିଶାର ୨୭ ଜିଲ୍ଲାରେ ଖୋଲା ରହିବ ସାଲୋନ୍ ଓ ପାର୍ଲର

ଭୁବନେଶ୍ବର: ଲକ୍ଡାଉନ୍ ଯୋଗୁଁ ଭଟ୍ଟା ପଡ଼ିଯାଇଥିବା ସୌନ୍ଦର୍ଯ୍ୟର ସାଗରରେ ପୁଣି ଆସିବ ଜୁଆାର। ସରକାର କରୋନା କଟକଣା ଉପରେ ପୁଣି କୋହଳ ନୀତି ଅବଲମ୍ବନ କରିଛନ୍ତି। ଲକ୍ଡାଉନ୍ ସମୟରେ ସାଲୋନ, ପାର୍ଲର ଓ ସ୍ପା ଆଦି ଖୋଲିପାରିବ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଲକ୍ଡାଉନ୍ ଅବଧି ବୃଦ୍ଧି ଘୋଷଣା ବେଳେ ପାର୍ଲର ଓ ସାଲୋନ୍ ଉପରେ କଟକଣା ବଳବତ୍ତର ରଖିଥିଲେ କେନ୍ଦ୍ର ସରକାର, ଯାହା ଆଜି ହଟାଇ ଦିଆଯାଇଛି।
ମେ ୪ ତାରିଖ ଠାରୁ ଗ୍ରୀନ୍ ଓ ଅରେଞ୍ଜ୍ ଜୋନ୍ରେ ଥିବା ଅଞ୍ଚଳ ସବୁରେ ସାଲୋନ୍, ସ୍ପା ଆଦି ଖୋଲି ପାରିବ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଓଡ଼ିଶାର ୩୦ ଜିଲ୍ଲାରୁ କେବଳ ଯାଜପୁର, ଭଦ୍ରକ ଓ ବାଲେଶ୍ବର ରେଡ୍ ଜୋନ୍ରେ ରହିଛି। ବାକି ୨୭ ଜିଲ୍ଲାରେ ସାଲୋନ, ସ୍ପା, ବିୟୁଟି ପାର୍ଲର ଆଦି ଖୋଲିପାରିବ। ତେବେ ସେଠାରେ ସାମାଜିକ ଦୂରତ୍ବ କଡ଼ାକଡ଼ି ଭାବେ ଲାଗୁହେବ।
ତେବେ ଓଡ଼ିଶା ସରକାର ଏହା ଲାଗୁ କରିବେ କି ନାହିଁ ଏଯାଏଁ ସ୍ପଷ୍ଟ କରିନାହାନ୍ତି।
Comments are closed.