Odisha Link
Bridging the Missing Links in Odisha

ଗଡ଼ିବନି ବସ୍

ଭୁବନେଶ୍ବର: ଭାରତ ସରକାର ଗ୍ରୀନ୍‌ ଜୋନରେ ୫୦ ପ୍ରତିଶତ ବସ୍‌ ଚାଲିବା ନେଇ ଘୋଷଣା କରିଥିଲେ। ମେ ୩ ପରଠୁ ଏହା କାର୍ଯ୍ୟକାରୀ ହୋଇ ପାରିବ ବୋଲି ନିର୍ଦ୍ଦେଶ ଥିଲା। ହେଲେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଭିନ୍ନ ମତ ।

ଦୁଇଟି ଗ୍ରୀନ୍ ଜୋନ ଜିଲ୍ଲା ଭିତରେ ରେଡ୍ ଜୋନ୍ ଜିଲ୍ଲା ବି ଆସୁଛି। ଏଭଳି ସ୍ଥିତିରେ ବସ୍ କିଭଳି ଚାଲିବ। କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ବସ୍ ଚଳାଚଳ କରି ପାରିବ ନାହିଁ। ଏଥିଲାଗି ଆସନ୍ତାକାଲି ଠାରୁ କୌଣସି ଜୋନରେ ବସ୍ ଚାଲିବ ନାହିଁ। ରାଜ୍ୟ ଘରୋଇ ବସ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ବସ୍ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବୁ ବୋଲି କହିଛନ୍ତି ଦେବେନ୍ଦ୍ର ସାହୁ।

ସେପଟେ ସଂଘର ଏଭଳି ନିଷ୍ପତ୍ତି ପରେ ରାଜ୍ୟରେ ବସ୍ ଚଳାଚଳ କିଭଳି ହେବ ସେନେଇ ଆସନ୍ତାକାଲି ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବସ୍ ମାଲିକ ସଂଘ ର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Comments are closed.