Odisha Link
Bridging the Missing Links in Odisha

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ (ଦେଖନ୍ତୁ ଭିଡିଓ)

ପୁରୀ: ଆଜି ହେଉଛି ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ଦିବସ। ହେଲେ ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶୀକାର ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି। ରାଜ୍ୟର ୨ ପ୍ରମୁଖ ଟିଭି ଚ୍ୟାନେଲର ପ୍ରତିନିଧିଙ୍କୁ ଆଜି ପୁରୀରେ ଆକ୍ରମଣ କରିଛନ୍ତି ଜଙ୍ଗଲ କର୍ମଚାରୀ।

ଏହି ଆକ୍ରମଣ ଆଉ କେହି କରିନାହାନ୍ତି , ବରଂ ଦୁଇଜଣ ଫରେଷ୍ଟଗାର୍ଡଏହି ଆକ୍ରମଣ କରିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ  କଳିଙ୍ଗର କ୍ୟାମେରାମ୍ୟାନ ଚିତରଞ୍ଜନ ଖୁଂଟିଆଙ୍କୁ ଆକ୍ରମଣ ହୋଇଛି।

ନେଚରକ୍ୟାମ୍ପର ଦୁଇ ଫରେଷ୍ଟଗାର୍ଡ ଏହି ଆକ୍ରମଣ କରିଛନ୍ତି। ଏହି ସମୟରେ ଉପସ୍ଥିତ ଥିବା କନକ ନ୍ୟୁଜର ସାମ୍ବାଦିକ ତାଙ୍କୁ ସୁରକ୍ଷା ଦେବାକୁ ଚାହିଁଥିଲେ। ହେଲେ ସେ ମଧ୍ୟ ଠେଲାପେଲାର ଶିକାର ହୋଇଛନ୍ତି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ଥିବା ନେଚର କ୍ୟାମ୍ପ ପାଖରେ ଏ ଘଟଣା ଘଟିଛି। ନେଚର କ୍ୟାମ୍ପ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଥିଲା ।ନେଚରକ୍ୟାମ୍ପ ଭିତରେ ମଦ ବୋତଲ ଥୁଆ ହୋଇଥିବାର ଦୃଶ୍ୟ କାଳେ କ୍ୟାମେରାରେ ଉଠାଯାଇଛି ବୋଲି ସନ୍ଦେହ କରି ଦୁଇ ଫରେଷ୍ଟଗାର୍ଡ ଏହି ଅଚାନକ ଆକ୍ରମଣ କରିଥିବ ନେଇ ସୂଚନା ରହିଛି।

https://www.facebook.com/OdishaLink/videos/543855183189782/

Comments are closed.